ନୂଆଦିଲ୍ଲୀ: ୱାଟସଆପ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଭାରତ ସରକାରଙ୍କ ସାଇବର୍ ସୁରକ୍ଷା ସଂସ୍ଥା କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ (ସିଇଆରଟି-ଇନ୍) ୱାଟସଆପ୍ ଉପରେ ସାଇବର ହ୍ୟାକରଙ୍କ ରାଡାର୍ ଆସିଥିବା ଜାଣିବାକୁ ପାଇଛି । ସେଥିପାଇଁ ୟୁଜର୍ସଙ୍କ ନିର୍ଦ୍ଦେଶାବଳୀ ଜାରି କରିଛି । ତୁରନ୍ତ ୱାଟସଆପ୍ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ଆପଣ ୱାଟସଆପ୍ ଅପଡେଟ୍ ନ କରନ୍ତି ତେବେ ଆପଣଙ୍କର ସମସ୍ତ ଡାଟା ଏବଂ ଗୁପ୍ତ ତଥ୍ୟ ଚୋରି ହେବାର ସମ୍ଭାବନା ଥିବା କୁହାଯାଇଛି ।
ସିଇଆରଟି-ଇନ୍ ୱାଟସଆପ୍ ର ଆଇଓଏସ୍ ଏବଂ ମ୍ୟାକ୍ଓଏସ୍ ଭର୍ସନରେ ଏକ ବଡ଼ ବିପଦ ଆଶଙ୍କା କରିଛନ୍ତି । ଯଦି ହ୍ୟାକର୍ସଙ୍କ ମାନେ ଆପଣଙ୍କ ୱାଟସଆପରେ ଏହା ବାବଦରେ ଜାଣିବେ ତେବେ ସେମାନେ ଫେକ୍ ମେସେଜ୍ କିମ୍ବା ଲିଙ୍କ୍ ପଠାଇ ପାରନ୍ତି । ଯଦି ଆପଣ ଉକ୍ତ ଲିଙ୍କକୁ କ୍ଲିକ୍ କରନ୍ତି ତେବେ ଆପଣଙ୍କ ଗୁପ୍ତ ତଥ୍ୟ ବା ମେସେଜ୍ ସବୁ କିଛି ସେମାନେ ପାଇଯିବେ ।
ତେବେ ଆସନ୍ତୁ ଜାଣିବା କେଉଁ ୱାଟସଆପ୍ ଭର୍ସନ୍, ଉପରେ ଏହାର ପ୍ରଭାବ ପଡ଼ିବ । ୱାଟସଆପ୍ ର ଆଇଓଏସ୍ ୨.୨୫.୨୧.୭୩ର ପୁରୁଣା ଭର୍ସନ୍, ୱାଟସଆପ୍ ବିଜିନେସର ଆଇଓଏସ୍ ୨.୨୫.୨୧.୭୮ ପୁରୁଣା ଭର୍ସନ୍ ଏବଂ ମ୍ୟାକ୍ ର ୨.୨୫.୨୧.୭୮ର ପୂର୍ବ ଭର୍ସନ୍ । ଯଦି ଆପଣ ଏହି ଭର୍ସନ୍ ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ଅପଡେଟ୍ କରିବା ସିଇଆରଟି-ଇନ୍ ପରାମର୍ଶ ଦେଇଛି ।
କେମିତି ଜାଣିବେ ଆପଣଙ୍କ ୱାଟସଆପ୍ ଭର୍ସନ୍ କ’ଣ ?
Whatsappକୁ ଯାଆନ୍ତୁ । ସେଟିଙ୍ଗସ (Settings)ରେ କ୍ଲିକ୍ କରନ୍ତୁ । ଏହା ପରେ ହେଲ୍ପ (Help)ରେ କ୍ଲିକ୍ କରନ୍ତୁ । ଏହା ପରେ ଆପ୍ ଇନଫୋ (App Info.)ରେ କ୍ଲିକ୍ କଲେ ୱାଟସଆପ୍ ଭର୍ସନ୍ ଜାଣିପାରିବେ ।