ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ଶିଖର ଧାୱନଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ । ଅନଲାଇନ୍ ବେଟିଂ ଆପ୍ ମାମଲାରେ ଧାୱନ ଇଜି ଜେରାର ସମ୍ମୁଖୀନ ହେବେ । ପୂର୍ବରୁ ଏହି ମାମଲାରେ ସୁରେଶ ରୈନାଙ୍କୁ ଜେରା ସରିଛି ।
ଶିଖର ଧାୱାନ୍ ଅନଲାଇନ ବେଟିଂ ଆପ୍ 1XBet ପାଇଁ ବିଜ୍ଞାପନ କରୁଥିଲେ । ସୁରୈନା ମଧ୍ୟ ଏହାର ପ୍ରଚାର ପ୍ରସାର କରୁଥିଲେ । 1XBet, ଫେୟାରପ୍ଲେ, ପରିମ୍ୟାଚ୍ ଏବଂ ଲୋଟସ୍365 ଭଳି କମ୍ପାନୀ ବିରୁଦ୍ଧରେ ଇଡି ଯାଞ୍ଚ କରୁଛି । ଏଥିରେ ନାମୀଦାମୀ ଅଭିନେତାଙ୍କୁ ମଧ୍ୟ ଜେରା କରିଛି । ଅଭନେତା ସୋନୁ ସୁଦ୍, ଉର୍ବଶୀ ରାଉତେଲା, ପୂର୍ବତନ କ୍ରିକେଟର୍ ଯୁବରାଜ ସିଂ ଏବଂ ହରଭଜନ ସିଂହଙ୍କ ଜେରା କରାଯାଇଛି ।
ନିକଟରେ କେନ୍ଦ୍ର ସରକାର ପ୍ରକୃତ ଟଙ୍କାରେ ଅନଲାଇନ୍ ଗେମିଂକୁ ନିଷେଧ କରିବା ପାଇଁ ଏକ ଆଇନ ଆଣିଛନ୍ତି । ଏପରି ପରିସ୍ଥିତିରେ ଏଭଳି ଗେମିଂ ଆପ୍ ର କୌଣସି ପ୍ରଚାର ହେବ ନାହିଁ ଏବଂ ଭାରତରେ ଏହାକୁ ଆଇନଗତ ଭାବରେ ବ୍ୟବହାର କରାଯାଇପାରିବ ନାହିଁ ।