ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ଉପରମୁଣ୍ଡରେ ବର୍ଷାର ପରିମାଣ ବଢିବା ଯୋଗୁଁ ହୀରାକୁଦର ୪ଟି ଗେଟ ଖୋଲାଯାଇଛି । ତେବେ ବର୍ତ୍ତମାନ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ଜଣାପଡିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୨୬.୨୩ ଫୁଟ ରହିଥିବା ବେଳେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୧୫ ହଜାର ୬୪୪ କ୍ୟୁସେକ ଜଳ ଏବଂ ନିଷ୍କାସିତ ହେଉଛି ୧ ଲକ୍ଷ ୩୩ ହଜାର ୫୩ କ୍ୟୁସେକ ଜଳ ।
ସେପଟେ ରାଜ୍ୟରେ ଲଗାଣ ବର୍ଷା ଲାଗିରହିଥିବାରୁ ଫୁଲୁଛି ଜଳକା ନଦୀର ଜଳସ୍ତର । ଯାହା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦। ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟରରେ ପ୍ରବାହିତ ହେଉଛି । ଫଳରେ ପୁଣି ଜଳକା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି ।