ସମ୍ବଲପୁର: ରାମନବନୀ ଓ ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିପାଇଁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ସମ୍ବଲପୁରରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ । ଏନେଇ ଶୁକ୍ରବାର ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି। ସମ୍ବଲପୁରରେ ୨ କମ୍ପାନୀ ବିଏସ୍ଏଫ୍ ଫୋର୍ସ ମୃତୟନ କରାଯିବ। ଏପରିକି ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହେବେ। ଏଥିସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ଏସପି କହିଛନ୍ତି।
ଚଳିତବର୍ଷ ରାମ ନବମୀ ଆସନ୍ତା ଏପ୍ରିଲ ୬ରେ ଓ ହନୁମାନ ଜୟନ୍ତୀ ୧୪ରେ ପଡ଼ୁଛି । ତେଣୁ ଆଗକୁ ଏହି ପର୍ବ ପାଳନ କରାଯିବାକୁ ଥିବା ଶୋଭାଯାତ୍ରାରେ ଗଣ୍ଡଗୋଳର ସମ୍ଭାବନା ରହିଥିବା ଦର୍ଶାଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଗତକାଲି ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ଶୋଭାଯାତ୍ରା ବେଳେ ବ୍ୟାପକ ବିଶୃଙ୍ଖଳାର ସମ୍ଭାବନା ରହିଥିବାରୁ ଏହି ଉତ୍ସବ ପାଳନ ବେଳେ କେନ୍ଦ୍ରୀୟ ସୁରକ୍ଷା ବଳର ମୁତୟନ କରାଯିବା ଉଚିତ ବୋଲି ଆବେଦନକାରୀ କୋର୍ଟରେ ପାର୍ଥନା କରିଥିଲେ ।
ଅଧିକ ପଢନ୍ତୁ: ଚଳିତବର୍ଷ ପ୍ରଥମଥର ରାଜଧାନୀ ଟପିଲା ୪୦ ଡିଗ୍ରୀ; ୪୩ ଡ଼ିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର