ଖୋର୍ଦ୍ଧା: ପୁଣି ଅଶାନ୍ତ ହୋଇଛି ଜଟଣୀ। କିଛି ମାସର ବ୍ୟବଧାନରେ ପରେ ଜଟଣୀରେ ପୁଣି ଫୁଟିଛି ବୋମା। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉପକଣ୍ଠ ପଦନପୁର ଛକରେ ଦୁଇଟି ବୋମା ଫୁଟିଛି। ଜାତିଆଣ ଆକ୍ଷେପରୁ କଥା କଟାକଟି ପରେ ଉତକ୍ଷିପ୍ତ ହୋଇ ଯୁବକ ଫିଙ୍ଗିଲେ ଦୁଇଟି ବୋମା। ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ନାବାଳକ ଗୁରୁତର ଅଛନ୍ତି। ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ପଦନପୁର ଛକରେ ଜାଣିଆଣ ଆକ୍ଷେପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟା କଟି ହୋଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇଇ ଯୁବକ ଜଣଙ୍କ ଅପରଗୋଷ୍ଠୀକୁ ଦୁଇଟି ବୋମା ଫିଙ୍ଗିଛନ୍ତି। ଯେଉଁଥିରେ ଘଟଣାସ୍ଥଳରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ଦୁଇ ଆହତଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ବୋମା ବିସ୍ଫୋରଣରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପିପିଲି-ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ।
ତେବେ ଘଟଣା ସଂପର୍କରେ ଖବର ପାଇ ଜଟଣୀ ଥାନା ପୋଲିସ ଘଟଣାସ୍ଥଳର ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଥିଲା ରାସ୍ତାରୋକ। ଏବେ ଗାଡ଼ି ଚଳାଚଳା ସ୍ୱାଭାବିକ ହେଉଛି। ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରୁଛି। ବୋମା ମାଡ଼ କରିଥିବା ଯୁବକର ନାଁ ଚନ୍ଦ୍ରକାନ୍ତ ହରିଚନ୍ଦନ ବୋଲି ଜଣାପଡ଼ିଛି। ଆହତ ହୋଇଥିବା ପିଲାମାନେ ହେଲେ ସ୍ମୃତି ରଞ୍ଜନ ନାୟକ, କୃଷ୍ଣ ନାୟକ ଓ ଆଶିଷ ନାୟକ।
ଅଧିକ ପଢନ୍ତୁ: ଜଳସଂପଦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ