କଟକ: ଘରୋଇ ହସ୍ପିଟାଲରେ ନର୍ସ ଭାବରେ କାର୍ଯ୍ୟରତ ଥିବା ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା କଟକରେ ଘଟିଛି । ମୃତକ ଯୁବତୀଙ୍କ ଘର ବାଲେଶ୍ବର ଜିଲ୍ଲାରେ ।
ସୂଚନା ଅନୁସାରେ, କଟକ ଯୋବ୍ରାର ଏକ ଘରୋଇ ହଷ୍ଟେଲରୁ ଜଣେ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସ୍ଥାନୀୟ ଲୋକେ ମାଲଗୋଦାମ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ଏନେଇ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତନାଘନା ଯାଞ୍ଚ କରୁଛି ।