କେନ୍ଦୁଝର : ବିଷାକ୍ତ ସାପ ନେଲା ୩ ବର୍ଷର ଶିଶୁକନ୍ୟାର ଜୀବନ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଡ଼ିମ୍ବୋ ପଞ୍ଚାୟତ ଢ଼ିପାସାହିରେ ସୀତାରାମ ମହାନ୍ତଙ୍କର ୩ବର୍ଷର ଝିଅ ଶୋଇଥିବା ଅବସ୍ଥାରେ ଏକ ଚିତିସାପ କାମୁଡ଼ି ଦେଇଥିଲା । ଲାଇନ୍ ନଥିବାରୁ ଘର ସେତେବେଳେ ଅନ୍ଧାର ଥିଲା । ହଠାତ୍ ଝିଅ କାନ୍ଦିବାରୁ କଣ ହେଲା ବୋଲି ପରିବାର ଲୋକେ ଉଠି ପଡ଼ିଥିଲେ ପରେ ଝିଅକୁ ବିଷାକ୍ତ ଚିତିସାପ କାମୁଡ଼ିଥିବା ଜାଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ କୁନି ଝିଅ ସମ୍ପୁର୍ଣ୍ଣା ମହାନ୍ତଙ୍କର ମୃତ୍ୟୁ ଘଟିଥିଲା । ଏହି ଅଘଟଣ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।