ଝାରସୁଗୁଡା ଜିଲ୍ଲାରେ ବିଜେଡ଼ିକୁ ଶକ୍ତ ଝଟକା । ବିଜେଡ଼ି ଛାଡିଲେ ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାଏକ । ଦୀର୍ଘ ୨୪ ବର୍ଷ ଧରି ଦଳ ପାଇଁ କାମ କରିଥିଲେ ମଧ୍ୟ ଦଳ ତାଙ୍କୁ ଅଣଦେଖା କରଥିବାରୁ ବିଜେଡ଼ି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଶକ୍ତ ଝଟକା ଲାଗିପାରେ ବୋଲି ଅନୁମାନ କରାଯାଉଛି । ଉପ ନିର୍ବାଚନରେ ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡ଼ି ଟିକେଟ ଦେଇଥିଲା ଏବଂ ନିର୍ବାଚନରେ ଜିତିଥିଲେ ଅଳକା ମହାନ୍ତି । ବର୍ତ୍ତମାନ ସାଧାରଣ ନିର୍ବାଚନରେ ପୁଣିଥରେ ଅଳକାଙ୍କୁ ବିଜେଡି ଟିକେଟ ଦେଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇ ପାରନ୍ତି ବିଶ୍ୱନାଥ ନାଏକ । ତେବେ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ସମ୍ପର୍କରେ ସୂଚନା ଦେବା ସହ ବିଶ୍ୱନାଥଙ୍କ ସହ ବ୍ରଜରାଜନଗର ପୌରପରିଷଦ ପୂର୍ବତନ ଚେୟାରମ୍ୟାନ , ପୂର୍ବତନ କାଉନସିଲର , ଯୁବ ବିଜେଡ଼ି ଟାଉନ ସଭାପତି , ଉପ ସଭାପତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ଇସ୍ତଫା ଦେଇଛନ୍ତି ।
ଅଧିକ ପଢନ୍ତୁ : ବାରବାଟୀରୁ ଲଢ଼ିବେ ସୋଫିଆ ଫିର୍ଦୋଷ !