ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ଅଙ୍ଗନବାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ । ଆଇଆଇଏମ୍ ସମ୍ବଲପୁରର ମଡେଲ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସହଯୋଗରେ ମହିଳା ଶିଶୁ ବିକାଶର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପି ଏହି ସୁଭଦ୍ରା ଯୋଜନାର ସମୀକ୍ଷା କରାଯିବ । ରାଜ୍ୟର ୨୦୦ରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରାଯିବ । ଏକ ସ୍ଵତନ୍ତ୍ର ଆପ ମାଧ୍ୟମରେ ଏହି ସବୁ ସମିକ୍ଷା ହେବ ।
ସୁଭଦ୍ରା ଯୋଜନା ଦୁଇଥର ପାଇବା ପରେ ତାହାକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ହିତାଧିକାରୀ କିପରି ଦୁଇଟି କିସ୍ତିର ଟଙ୍କା ଖର୍ଚ୍ଚ କରିଛନ୍ତି ଏହି କାର୍ଯ୍ୟକ୍ରମରେ ତାର ଅନୁଧ୍ୟାନ କରାଯିବ । ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମେମ୍ବରଙ୍କ ସହ ପିଆରଆଇ ମେମ୍ବର, ଅଙ୍ଗନବାଡ଼ି ମେମ୍ବର ଓ ହେଲ୍ପରଙ୍କ ସହ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ଏହି ଦିଗରେ କାର୍ଯ୍ୟ କରିବେ । ପାଖାପାଖି ୨୨ ହଜାର ମହିଳାଙ୍କ ଏହାର ସମୀକ୍ଷା କରିବେ, ଏଥିପାଇଁ ସେମାନଙ୍କୁ ପାଖାପାଖି ୧ ମାସ ସମୟ ଲାଗିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ସେହିପରି ଆସନ୍ତା ରକ୍ଷାବନ୍ଧନ ଅବସରରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପାଇବେ ହିତାଧିକାରୀ । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ କିସ୍ତି ପାଇନାହାନ୍ତି ତାଙ୍କ ଉପରେ ରିଭ୍ୟୁ କରାଯିବ । ଏଥିପାଇଁ ଆସନ୍ତା ୨ ଦିନ ମଧ୍ୟରେ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ ଏବଂ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାର ଲାଭ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।