ଜଗତସିଂହପୁର : ପରୀକ୍ଷା ଫଳ ଖରାପ ହେବାକୁ ନେଇ ଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ l ମଙ୍ଗଳବାର ମଧ୍ୟାହ୍ନ ସମୟରେ ନାଉଗାଁ ଥାନା ଅଞ୍ଚଳ ର ଗାରୋଇ ଦେବୀ ନଦୀ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଥିଲା l
ସୂଚନା ଅନୁଯାୟୀ ନାଉଗାଁ ଗ୍ରାମର ଦେବାଶିଷ ପରିଜା ଙ୍କ 20 ବର୍ଷୀୟ ପୁଅ ଆଶୁତୋଷ ପରିଜା ନିଜର ପରୀକ୍ଷା ଫଳ ଖରାପ ହେବାରୁ ବାପାଙ୍କ ଗାଳି ଶୁଣି ଏପରି ପଦେକ୍ଷପ ନେଇ ଥିବାର ଶୁଣାଯାଉଛି l ଅନ୍ୟପଟେ ଦେବାଶିଷ ଦେବୀ ନଦୀ କୁ ଡେଇଁ ପଡିବା ଦେଖି ନଦୀ ପାର୍ଶ୍ଵ ରେ ଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବାପରେ ନାଉଗାଁ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ପହଂଚି ଉକ୍ତ ଯୁବକ କୁ ଖୋଜା ଖୋଜି କରିଥିଲେ ମଧ୍ଯ ଯୁବକ ର କୌଣସି ସନ୍ଧାନ ମିଳି ପାରିନାହିଁ l