ଭୁବନେଶ୍ଵର: ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ ଓ ସଚିବ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଚଞ୍ଚଲ ରାଣାଙ୍କୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର କମିଶନର ଭାବେ ନିଯୁକ୍ତ ଦିଆଯାଇଛି। ରଥ ଅଘଟଣ ପରେ ପୁରୀ ଜିଲ୍ଲାପାଳ ଭାବେ ତାଙ୍କୁ ରାଜ୍ୟ ସରକାର ଦାୟିତ୍ବ ନେଇଥିଲେ। କିରଣ କ କୌରଙ୍କୁ କଟକ ମହାନଗର ନିଗମ(ସିଏମସି)ର କମିଶନର ଭାବେ ଅବସ୍ଥାପିତ କରାଯାଇଛି। ରେହାନ ଖତୀ ହେଲେ ସମ୍ବଲପୁର ମହାନଗର ନିଗମ କମିଶନର। ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ଏଥିସହ ୧୬ ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, ଭାସ୍କରଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହା ସହିତ ଓପିଟିସିଏଲ ସିଏମଡି ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।ସେହିପରି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ RDC ଭାବେ ନିଯୁକ୍ତ ଦିଆଯାଇଛି। ବିଜୟ କୁମାର ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ନିଯୁକ୍ତ, ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ RDC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ସେହିପରି ସଞ୍ଜୀବ କୁମାର ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ପଦରେ ବଦଳି କରାଯାଇଛି।ରୁପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ। ସଚିନ ରାମଚନ୍ଦ୍ର ଯାଦବ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଭାବେ ନିଯୁକ୍ତ ପାଇଛନ୍ତି। ଡି ପ୍ରଶାନ୍ତ ରେଡ୍ଡୀ ଇଡକୋ ଏମଡି ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ମଧୁମିତା ରଥ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ଅତିରିକ୍ତ ସଚିବ। ଆବୋଲି ସୁନୀଲ ନରୱାଣେଙ୍କୁ ଶିଳ୍ପ ସଚିବ ଭାବେ ନିଯୁକ୍ତ କରାଯାଇଛି। ପାରୁଲ ପଟୱାରିଙ୍କୁ SSEPD ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ସେହିପରି ନିୟତି ପଟ୍ଟନାୟକଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ୟେଦୁଲା ବିଜୟଙ୍କୁ କ୍ରୀଡ଼ା ନିର୍ଦ୍ଦେଶକ, ଚକ୍ରବର୍ତ୍ତୀ ସିଂ ରାଠୋଡ଼ଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି।
ବଦଳିଥିବା ଜିଲ୍ଲାପାଳ
ଦିବ୍ୟଜ୍ୟୋତି ପରିଡ଼ା- ପୁରୀ ଜିଲ୍ଲାପାଳ
ଅମିତ୍ର ଋତୁରାଜ- ଖୋର୍ଦ୍ଧା ଜିଲ୍ଲାପାଳ
କୁଲକର୍ଣ୍ଣି ଆଶୁତୋଷ ସି- ରାୟଗଡ଼ା ଜିଲ୍ଲାପାଳ
ମଧୁମିତା- ଗଜପତି ଜିଲ୍ଲାପାଳ
ଚୌହାନ କୁନାଲ୍ ମୋତିରାମ- ଝାରସୁଗୁଡ଼ା ଜିଲ୍ଲାପାଳ
ବିଭୂତି ଭୂଷଣ ନାୟକ- ବୌଦ୍ଧ ଜିଲ୍ଲାପାଳ
ସୋମେଶ କୁମାର ଉପାଧ୍ୟାୟ- ମାଲକାନଗିରି ଜିଲ୍ଲାପାଳ
ଶୁଭଙ୍କର ମହାପାତ୍ର- ସୁନ୍ଦରଗଡ଼ ଜିଲ୍ଲାପାଳ
ଆଶିଷ ଈଶ୍ବର ପାଟିଲ୍- ଢେଙ୍କାନାଳ ଜିଲ୍ଲାପାଳ
କୀର୍ତ୍ତି ଭାସନ ଭି- ଗଞ୍ଜାମ ଜିଲ୍ଲାପାଳ
ମନୋଜ ସତ୍ୟବାନ ମହାଜନ- କୋରାପୁଟ ଜିଲ୍ଲାପାଳ
ବେଦଭୂଷଣ- କନ୍ଧମାଳ ଜିଲ୍ଲାପାଳ
ନୃପରାଜ ସାହୁ- ସୁବର୍ଣ୍ଣପୁର ଜିଲ୍ଲାପାଳ
ମହେଶ୍ଵର ସ୍ଵାଇଁ- ନବରଙ୍ଗପୁର ଜିଲ୍ଲାପାଳ
ରଘୁରାମ ଆୟାର- କେନ୍ଦ୍ରାପଡ଼ା ଜିଲ୍ଲାପାଳ
ଅମ୍ବର କୁମାର କର-ଯାଜପୁର ଜିଲ୍ଲାପାଳ