ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରକୁ ଆହୁରି ବ୍ୟାପକ ଏବଂ ଉନ୍ନତ କରିବାକୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୧୦୨ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସାଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ସମସ୍ତଙ୍କୁ ଶିକ୍ଷିତ କରିବା ଏବଂ ଶିକ୍ଷାଦାନକୁ ବ୍ୟାପକ କରିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ଯାହାକୁ ନେଇ ପୁଣି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟର ୧୦୨ ଉଚ୍ଚ ବିଦ୍ୟାଳୟକୁ ଉନ୍ନତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି । ଯୁକ୍ତ ଦୁଇ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ପିଲା ଏବେ ନିଜ ପାଖ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀର ଶିକ୍ଷା ଲାଭ କରି ପାରିବେ । ସମଗ୍ର ଶିକ୍ଷା ଅଧୀନରେ ଉତ୍ତମ ଶିକ୍ଷା ଲାଭ କରି ଏକ ସୁସ୍ଥ ଓ ଶିକ୍ଷିତ ସମାଜ ଗଠନରେ ସହାୟ ହେବେ ।