ଭୁବନେଶ୍ୱର: ରାଜ୍ୟପାଳଙ୍କ ସଚିବ ଭାବେ ବରିଷ୍ଠ ମହିଳା ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁଙ୍କୁ ନିଯୁକ୍ତି କରାଯାଇଛି । ରୂପା ରୋଶନ ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ ମହିଳା ସଚିବ। ବର୍ତ୍ତମାନର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍ ବିଏସ୍ ରାଜପୁତଙ୍କୁ ସରକାରୀ ଉଦ୍ୟୋଗ ବିଭାଗକୁ ବଦଳି କରାଯାଇଛି। ସେ ORSTC ସିଏମ୍ ଡି ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ତାଙ୍କ ସ୍ଥାନରେ ବର୍ତ୍ତମାନ ବ୍ରହ୍ମପୁର ଆର୍ ଡିସି ରୂପା ରୋଶନ ସାହୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତି ପାଇଛି । ୨୦୦୬ ବ୍ୟାଚ୍ କ୍ୟାଡର ଆଇଏଏସ ଅଫିସର ରୂପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ କମିଶନର-କମ୍-ସଚିବ ଭାବରେ ନିଯୁକ୍ତ କରାଯାଇଛି।
ଗତକାଲି ଓଡ଼ିଶା ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ୧୬ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ନିଯୁକ୍ତ କରିଛନ୍ତି। ଏହା ମାଧ୍ୟମରେ ଜନସାଧାରଣଙ୍କୁ ସୁଶାସନ ଓ ସେବା ଯୋଗାଣରେ ନୂଆ ନେତୃତ୍ୱ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।