କୋଇଡା: ଗାଁରେ ବୁଲୁଛି ଗୋଠ ଛଡା ଦନ୍ତା ହାତୀ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳର କୁସୁମୁଣ୍ଡି ଗାଁରେ ଗୋଠଛଡ଼ା ଦନ୍ତା ହାତୀ ବୁଲୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ହାତୀ ଭୟରେ ଘରୁ ବାହାରିବାକୁ ଗାଁ ଲୋକେ ଭୟ କରୁଛନ୍ତି । ଗୋଠ ଛଡା ଦନ୍ତା ହାତୀର ଆକ୍ରମଣରେ ଲୋକଙ୍କ ଜୀବନ ଯିବା ସହିତ ବହୁ ଧନଜୀବନ ମଧ୍ୟ ନଷ୍ଟ ହୋଇଛି । ଆତଙ୍କ ଖେଳାଉଥିବା ହାତୀ ଦେହରେ ରେଡ଼ିଓ କଲାର୍ ଲଗାଯାଇଛି । ଘଉଡ଼ାଇବା ପାଇଁ ହାତୀ ସ୍କ୍ୱାର୍ଡ ଆସୁନଥିବା ଅଭିଯୋଗ ହୋଇଛି । ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହାତୀ ଦେହରେ ରେଡ଼ିଓ କଲାର୍ ଲଗାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବନ ବିଭାଗ ହାତୀର ଗତିବିଧି କାହିଁକି ଜାଣି ପାରୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ହାତୀ । ଗୋଠ ଛଡା ଦନ୍ତାଟି ଗାଁ ନିକଟରେ ଘୁରିବୁଲୁଛି । ଗାଁ ନିକଟରେ ହାତୀ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।