ଭଦ୍ରକ: ଗୋ ମାଫିଆଙ୍କୁ ଧରିବାକୁ ଯାଇଥିବାବେଳେ ମହିଳା ପୋଲିସଙ୍କୁ ଆକ୍ରମଣ ହୋଇଛି । ଭଦ୍ରକ ପୁରୁଣା ବଜାର ଥାନା ପୋଲିସକୁ ଏହି ଆକ୍ରମଣ ହୋଇଛି । ମାମଲାରେ ସମ୍ପୃକ୍ତ ୨୪ ନଂ କାଉନସିଲର ଜାହିଦ ଶାହାକୁ ପୋଲିସ ଗିରଫ କରିଥିବା ନେଇ ଜିଲ୍ଲା ଗୁଇନ୍ଦା ବିଭାଗର ଅତିରିକ୍ତ ଏସ୍ପି ଅଂଶୁମାନ ଦ୍ୱିବେଦୀ ।
ଅତିରିକ୍ତ ଏସ୍ପିଙ୍କ ସୂଚନା ମୁତାବକ, ପୁରୁଣା ବଜାର ଅଲାଲପୁର ଗ୍ରାମରେ ଗୋ ଚାଲାଣ ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ପୁରୁଣା ବଜାର ଥାନା ପୋଲିସ ଗାଁରେ ଚଢ଼ାଉ କରି ଗୋଟିଏ ଗାଡ଼ିକୁ ଜବତ କରିଥିଲା । ଏହି ସମୟରେ ୨୪ ନଂ ୱାର୍ଡ କାଉନସିଲର ଜାହିଦ ଶାହା ଜଣେ ମହିଳା ପୋଲିସକୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ । ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।