ବଲାଙ୍ଗୀର : ବଲାଙ୍ଗିର ସଦର ଥାନା ସିନଖମନ ଗାଁରେ ଦେଶୀମଦ ଭାଟି କର୍ମଚାରୀଙ୍କୁ ହତ୍ୟା । ଗତକାଲି ସଂଧ୍ୟା ସମୟରେ ମଦଭାଟି କର୍ମଚାରୀ ସାରଦା ୟାଦବଙ୍କୁ ଚାରି ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ସାରଦାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ବିଳମ୍ବିତ ରାତିରେ ସାରଦାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ବଲାଙ୍ଗିର ସଦର ପୋଲିସ ଶବକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇ ଦେଇଛି ।
ତେବେ ମୃତକଙ୍କ ଘର ବିହାର ରାଜ୍ୟରେ ହୋଇଥିବା ବେଳେ ହତ୍ୟାକାରୀ ମାନେ ସିନ୍ ଖମନ ଗାଁର ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ସଠିକ କାରଣ ଜଣାପଡ଼ିନଥିବା ବେଳେ ହତ୍ୟାକାରୀମାନେ ଘଟଣା ସ୍ଥଳରୁ ଫେରାର ମାରିଛନ୍ତି । ଏନେଇ ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି । ତେବେ ପୂର୍ବ ଶତ୍ରୁତା ଓ ଅନୈତିକ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି ।