ଜେଲରେ ଗ୍ୟାଙ୍ଗ ୱାର ଘଟଣାରେ କୁଖ୍ୟାତ ଅପରାଧୀ ବବ୍ଲୁ ମହାନନ୍ଦ କୁ ଆକ୍ରମଣ କରିଛନ୍ତି ଦୁଇ ଜଣ କଏଦୀ ଛୋଟୁ ଖାଁ ଓ ବିଶାଲ୍ ସୁନା । ଦୀର୍ଘ ଦିନହେଲା ବବ୍ଲୁ ମହାନନ୍ଦ ସହ ଛୋଟୁ ଓ ବିଶାଲ ର ଝଗଡା ଲାଗିରହିଥିବା ବେଳେ ପୁଣି ଗତ ଶୁକ୍ରବାର ଦିନ ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡା ଓ ମାରପିଟ ହୋଇଥିଲା। ସକାଳ ୯ ଟା ସମୟରେ ସମସ୍ତଙ୍କୁ ବାହାରକୁ ଛଡ଼ାଯିବା ବେଳେ ଏଭଳି ଘଟଣା ଘଟିଥିବା ଜେଲର କହିଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କୁ ଅନ୍ୟ ଜେଲରେ ରଖା ଯିବା ସହ କଡା ନଜର ରଖାଯାଉଥିବା ସୂଚନା ଦେଇଛନ୍ତି ଜେଲର ସର୍ବେଶ୍ଵର ସାହୁ ।