ଭୁବନେଶ୍ଵର: ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମେ ନାବାଳକୁ ପୂଜା ପ୍ରସଙ୍ଗ ବିବାଦ ଘେରରେ ରହିଛି। ଶିଶୁ ଆୟୋଗ ନାବାଳକ ପରିବାରକୁ ନୋଟିସ୍ ଜାରି କରି ଜବାବ ଲୋଡିଛନ୍ତି। ବିବାଦ ବଢୁଥିବା ଦେଖି ବାପା କାଶୀନାଥ ମିଶ୍ର ନିରବତା ଭାଙ୍ଗିଛନ୍ତି। ପୁଅକୁ ନେଇ ବିବାଦ ପରେ ସ୍ପଷ୍ଟୀକରଣ ରଖିଛନ୍ତି। ଭିଡିଓ ଜାରି କରି କହିଛନ୍ତି, ମୋ ପୁଅ ଠାକୁର ବୋଲି କେବେ କହିନାହିଁ। ମୋ ପୁଅ ଠାକୁର ନୁହେଁ ବୋଲି ନାବାଳକ ବାବାଙ୍କ ପୁଅ ପଣ୍ଡିତ କାଶୀନାଥ ମିଶ୍ର।
ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ଯେଉଁଥିରେ ପାଦ ତଳେ ତୁଳସୀ ଅଛି ସେଠି ମୁଁ, କିମ୍ବା ମୋ ସ୍ତ୍ରୀ କେହି ନଥିଲୁ। । କିଛି କୁଚକ୍ରୀ ଗୋଷ୍ଠୀ ଏପରି ଚକ୍ରାନ୍ତ କରିଛନ୍ତି। ସେମାନେ ଜାଣିଶୁଣି ବଦନାମ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସେ କହିଛନ୍ତି, ମୋ ପୁଅ ଠାକୁର ବୋଲି ମୁଁ କେବେ କହି ନାହିଁ କି ପ୍ରଚାର କରିନି। ଫଟୋରେ କୌଣସି ଭୁଲ୍ ନାହିଁ। ତୁଳସୀ ରଖି ଫଟୋ ଉଠାଇ ଚକ୍ରାନ୍ତ କରାଯାଇଛି। ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ମୁଁ ସାରା ବିଶ୍ୱରେ କାମ କରୁଛି। ତେଣୁ ସବୁ ଘଟଣାର ତଦନ୍ତ ହେଲେ ଭଲ ହେବ କହିଲେ କାଶୀନାଥ କହିଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଅଞ୍ଚଳରେ ରହୁଥିବା କାଶୀନାଥ ମିଶ୍ର ନିଜ ପୁଅକୁ ଭଗବାନ ଅନନ୍ତ ମାଧବ ବୋଲି ଆଖ୍ୟା ଦେଇଥିଲେ। ଏଥିସହ ତାଙ୍କ ବେକରେ ଫୁଲ ମାଳ ଓ ପାଦରେ ତୁଳସୀ ଦିଆଯାଇ ପୂଜାର୍ଚ୍ଚନା କରୁଥିବାର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହା କେବେକାର ଫଟୋ ଜଣାପଡ଼ିନି।
ରାଜ୍ୟ ସମାଜସେବୀ ମହାସଂଘ ସଦସ୍ୟ ସାଗର ସୁନ୍ଦର ଦାସ କହିଥଲେ, କାଶୀନାଥ ମିଶ୍ର ନିଜକୁ ଭାଷ୍ୟକାର ଭାବେ ପରିଚୟ ଦିଅନ୍ତି। ସେ ନିଜ ପୁଅକୁ ଅନନ୍ତ ମାଧବ ଓ କଳିକି ଅବତାର ବୋଲି ସମସ୍ତଙ୍କ ଆଗରେ ପ୍ରତିପାଦିତ କରି ଆସୁଛନ୍ତି। ତାଙ୍କ ପୁଅର ଗୋଡ଼ ତଳେ ମା’ ତୁଳସୀ ଓ ଭାଗବତ ଟୁଙ୍ଗୀ ରଖାଯାଉଛୁ। ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ତୁଳସୀ ଶୋଭାପାନ୍ତି। ତାଙ୍କୁ ଗୋଡ଼ ତଳେ ରଖାଯାଉଛି। ଏହା ବିରୋଧରେ ତଦନ୍ତ କରାଯିବା ଦରକାର।