ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତ। ଲାଗାତାର ଭାବେ ତାପମାତ୍ରା ହ୍ରାସ ପାଉଛି। ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୧-୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ରାଜ୍ୟର ସାତୋଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ କନ୍ଧମାଳର ଜି. ଉଦୟଗିରି ବର୍ତମାନ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଏଠାରେ ପାରଦ ୯ ଡିଗ୍ରୀରେ ରହିଛି। ଏହା ସହିତ ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରହିଛି। ଝାରସୁଗୁଡ଼ା ଓ ଅନୁଗୁଳରେ ତାପମାତ୍ରା ୧୩ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୧୨.୭ ଡିଗ୍ରୀ ରହିଛି। ରାଉରକେଲାରେ ଶୁକ୍ରବାର ରାତିରେ ତାପମାତ୍ରା ୧୩.୯ଡିଗ୍ରୀ ଥିବାବେଳେ ଶନିବାର ଏହା ପ୍ରାୟ ୧.୫ ଡିଗ୍ରୀ ହ୍ରାସ ପାଇଛି। ସେହିପରି ରାଜ୍ୟର ୭ ସହରରେ୧୫ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଏହା ଆଗକୁ ଆହୁରି ଖସିବ ବୋଲି କଳନା କରାଯାଉଛି।