ଭୁୁବନେଶ୍ୱର: ଶ୍ରୀଜଗନ୍ନାଥ ଜମି ବେଆଇନ ବିକ୍ରି ନେଇ ଆଇନ ମନ୍ତ୍ରୀ କଡା ପ୍ରତିକ୍ରିୟା ଦେଇଛନ୍ତି । ବେଆଇନ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କ୍ରେତା ଓ ବିକ୍ରେତା ଓ ସବ୍ ରେଜିଷ୍ଟ୍ରାର ହେବ କାର୍ଯ୍ୟାନୁଷ୍ଠାନ । ବାସେଳୀସାହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜବର ଦଖଲ ଜମିକୁ ବିକ୍ରି କରି କର୍ପସ ଫଣ୍ଡ ସଂଗ୍ରହ ଯୋଜନା ରହିଛି । ୨୦୦୩ ୟୁନିଫର୍ମ ପଲିସିରେ ଜବରଦଖଲ ଜମିର ସେଟଲମେଣ୍ଟ ହେବ । ସେଟଲମେଣ୍ଟ ଦ୍ୱାରା ପ୍ରାୟ ୮ରୁ ୧୦ ହଜାର କୋଟିର କର୍ପସ ଫଣ୍ଡ ହେବ ।
ସୂଚନା ଅନୁସାରେ ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ଏନେଇ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀସାହି ଥାନାରେ ଏତଲା ଦାଖଲ କରାଯାଇଛି। ମୌଜା- ମାଟିତୋଟା ୟୁନିଟ୍ ନଂ-୧, ଖାତା ନମ୍ବର-୩୮ର ସମୁଦାୟ ୧୦୯ଟି ପ୍ଲଟର ଏହି ଜମିକୁ ବେଆଇନ୍ ଭାବେ ହାତେଇବାକୁ ହୋଇଥିବା ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁ । ଏହା ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।