କୋଣାର୍କ: ଏଣିକି ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟମନ୍ଦିର ନାଟ୍ୟ ମଣ୍ଡପ ବନ୍ଦ । ଏନେଇ ଭାରତୀୟ ପ୍ରତ୍ନତତ୍ୱ କର୍ତୃପକ୍ଷ ବିଭାଗ ବା ଏଏସଆଇ ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି । ପର୍ଯ୍ୟଟକଙ୍କ ଅସାବଧାନତାରୁ ବାରମ୍ବାର ଦୁର୍ଘଟଣା ହେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଏପରି ନିଷ୍ପତି ନେଇଛି ।
ଭାରତର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ କୋଣାର୍କର ନାମ ଲିପିବଦ୍ଧ ରହିଛି । ଏହା ବିଶ୍ୱର ଏକ ପ୍ରମୁଖ ଐତିହ୍ୟସ୍ଥଳୀ । ଯେଉଁଥିପାଇଁ ସମଗ୍ର ଭାରତ ବର୍ଷରୁ ଲକ୍ଷ ଲକ୍ଷ ଲୋକ ପରିଭ୍ରମଣ ପାଇଁ ଏଠାକୁ ଆସିଥାନ୍ତି । ବିଶେଷକରି ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଗାଇଡମାନେ ପ୍ରଥମେ ନାଟମଣ୍ଡପକୁ ଦେଖାଇଥାନ୍ତି । ଏହାସହ ପର୍ଯ୍ୟଟକମାନେ ମଧ୍ୟ ନାଟମଣ୍ଡପ ଉପରେ ଚଢି କୀର୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ଦେଖିଥାନ୍ତି । ଅନେକ ପର୍ଯ୍ୟଟକ ଫଟୋ ମଧ୍ୟ ଉଠାଇଥାନ୍ତି । ଖାଲି ସେତିକି ନୁହେଁ ଅନେକ ସମୟରେ ଅସାବଧାନତା ଯୋଗୁଁ ସୁରକ୍ଷାବାଡ ନଥିବା କାରଣରୁ ସିଡିରୁ ପଡି ଅନେକ ଆହତ ମଧ୍ୟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ୱ କର୍ତୃପକ୍ଷ ବିଭାଗ ବା ଏଏସଆଇ ପକ୍ଷରୁ ନୂଆ କଟକଣା ଜାରି ହୋଇଛି । ଏହାସହ ବାରିକେଟ ଲଗାଇ ନାଟ୍ୟ ମଣ୍ଡପର ୪ ଦ୍ୱାର ସମ୍ମୁଖକୁ ବନ୍ଦ କରାଯାଇଛି ।