କୋରାପୁଟ: କୋରାପୁଟ ଜିଲ୍ଲା ଡୁମୁରିପୁଟ ଷ୍ଟେସନ ନିକଟରେ ଏକ ଅଘଟଣ ଘଟିଯାଇଛି । ସମଲେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ ଆଗକୁ ଡେଇଁ ଜଣେ ବ୍ୟକ୍ତି ଜୀବନ ହରିଦେଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ଜୟପୁର ସମ୍ବାରଟୋଟାର ଏ.ଏମ. ଶଙ୍କର ବୋଲି ଜଣାପଡିଛି ।
ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମୃତକଙ୍କ ପରିବାର ଆସିବା ପରେ ଅଧିକ ତଥ୍ୟ ମିଳିବ ବୋଲି GRP ଅଧିକାରିଣୀ ସନ୍ତୋଷୀ ମହାନ୍ତ କହିଛନ୍ତି । ଘଟଣାକୁ ନେଇ କୋରାପୁଟ ଏକ ମାମଲା ରଜିଷ୍ଟର୍ କରିଛନ୍ତି । ତେବେ ଶଙ୍କର ଓ ତାଙ୍କ ସ୍ତ୍ରୀ କୋୟମ୍ବତୁରରେ ଏକାଠି ରହୁଥିବା ବେଳେ ଶଙ୍କର ପଥର ବିକ୍ରି କାମ କରୁଥିବା ସୂଚନା ମିଳିଛି ।