କଟକ: ପୁଣି ପରୀକ୍ଷାକୁ ନେଇ ବଢିଲା ଦ୍ବନ୍ଦ୍ବ। ଆସନ୍ତାକାଲି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇ ଦୁଇଟି ପରୀକ୍ଷା ରହିଛି। OPSC ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ରବିବାର ASO ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟା, ପୂର୍ବାହ୍ନ ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା ହେବ ।
ଅନ୍ୟପକ୍ଷରେ OSSSC ପକ୍ଷରୁ ମଧ୍ଯ RI, ICDS, ARI ପରୀକ୍ଷା ହେବା ନେଇ ବିଜ୍ଞପ୍ତି ଜାରି ହୋଇଛି। OSSSC ପରିଚାଳିତ ପରୀକ୍ଷା ଆସନ୍ତାକାଲି ସେହି ସମାନ ସମୟ ଅର୍ଥାତ୍ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି। ତେବେ ASO ପେପର-୧ ପରୀକ୍ଷା ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହି । ଯଦି ଜଣେ ୨ଟି ପରୀକ୍ଷା ପାଇଁ ଆବେଦନ କରିଥିବେ ତେବେ କିପରି ପରୀକ୍ଷା ଦେବେ ସେନେଇ ପରୀକ୍ଷାର୍ଥୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।