ବାରିପଦା : ମେଳା ବୁଲିବାକୁ ଆସିଥିବା ବେଳେ ନାବାଳକକୁ ମରଣାନ୍ତକ ଆକ୍ରମଣ । ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜଗଦ୍ଧାତ୍ରୀ ମେଳା ବୁଲିବାକୁ ଯାଇଥିବା ନାବାଳକକୁ କିଛି ଦୁର୍ବୁତ୍ତ ଛୁରାମାଡ଼ କରିଛନ୍ତି ।
ସୂଚନା ଅନୁଯାୟୀ ବାଙ୍ଗିରିପୋଷି ବ୍ଲକ କଳାବାଡିଆ ପଞ୍ଚାୟତ, ପଣସଡିହା ଗ୍ରାମର ଓ ପଥୁରୀ ପଂଚାୟତର କିଛି ନାବାଳକ ଓ ଯୁବକ ମାନେ ବାଙ୍ଗରିପୋଷୀ ମେମୁ ଟ୍ରେନରେ ଭଂଜପୁରରେ ଚାଲିଥିବା ଜଗଦ୍ଧାତ୍ରୀ ମେଳା ବୁଲିବାକୁ ଯାଇଥିଲେ । କିଛି ସମୟ ମେଳା ବୁଲିବା ପରେ ନାବାଳକ ଆକାଶ ନାଏକ ଓ ସଞ୍ଜୟ ନାଏକ ପରିସ୍ରା କରିବାକୁ ଭଂଜପୁର ରେଲୱେ ଷ୍ଟେସନ ପାଖକୁ ଯାଇଥିଲେ । ତେବେ ପରିସ୍ରା କରୁଥିବା ବେଳେ ସାତ ଆଠ ଜଣ ଯୁବକ ଆସି ସଞ୍ଜୟକୁ ହଠାତ୍ ମାରପିଟ କରିଥିଲେ । ସଞ୍ଜୟ ସେଠାରୁ ଦୌଡ଼ି ପଳାଇବାରୁ ସାଙ୍ଗରେ ଥିବା ନାବାଳକ ଆକାଶକୁ ଦୁର୍ବୁତ୍ତ ମାନେ ଛୁରା ମାଡ଼ କରିଥିଲେ।
ଏହି ଘଟଣାଟି ଭଞ୍ଜପୁର ରେଲୱେ ଷ୍ଟେସନ ବାହାରେ ହୋଇଥିଲା। ଛୁରା ମାଡ଼ କରି ଘଟଣା ସ୍ଥାନରୁ ଦୁର୍ବୁତ୍ତ ମାନେ ପଳାଇ ଥିଲେ । ସଞ୍ଜୟ ଠାରୁ ଖବର ପାଇ ସଙ୍ଗେ ସଙ୍ଗେ ମେଳାରେ ଥିବା ସମ୍ପର୍କୀୟ କକା ଶୁଭମ ନାଏକ ଆସି ଏକ ଅଟୋ ଯୋଗେ ଆକାଶଙ୍କୁ ବାରିପଦା ପି ଆର ଏମ ହସ୍ପିଟାଲକୁ ନେଇଥିଲେ କିନ୍ତୁ ଆକାଶ ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।