ଭୁବନେଶ୍ୱର: ଅଭିନେତା ଅଶ୍ରୁ ମୋଚନଙ୍କ କାର ଦୁର୍ଘଟଣା ଗସ୍ତ ହୋଇଛି। ସୁଟିଂ ସାରି ରାତିରେ ଫେରୁଥିବା ବେଳେ କାର ସମ୍ମୁଖକୁ ହଠାତ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱର ପଟିଆ କଳାଝରି ସାଇପନ ନିକଟରେ ଦୟା ୱେଷ୍ଟ ନାଳ ଭିତରକୁ କାରଟି ଗଳିପଡିଥିଲା। ସ୍ୱଭାଗ୍ୟବଶତଃ ଅଶ୍ରୁମୋଚନ ସୁରକ୍ଷିତ ଅଛନ୍ତି।
କୁହାଯାଉଛି ଯେ, ଗାଡି ଆଗକୁ କୁକୁର ହଠାତ ପଶିବାର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ କାରଟି କେନାଳ ତଳକୁ ଖସି ପଡିଛି। ଦୁର୍ଘଟଣା ପରେ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି ।
ଅଭିନେତା ଅଶ୍ରୁମୋଚନ ମହାନ୍ତି ଶ୍ରୀରାମ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘କୁରୁକ୍ଷେତ୍ର’ (୧୯୮୮) ଜରିଆରେ ଓଲିଉଡରେ ପାଦ ଥାପିଥିଲେ। ଏହାପରେ ସେ ଦୀର୍ଘ ୩୭ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି। ସେ ଯାତ୍ରା ଜଗତର ଜଣେ ସଫଳ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଛନ୍ତି। ଚଳଚିତ୍ର ବ୍ୟତୀତ ସେ ଅନେକ ଟେଲି ଧାରାବାହିକରେ ବି ଅଭିନୟ କରିଛନ୍ତି।
ଅଧିକ ପଢନ୍ତୁ: ଶ୍ରୀମନ୍ଦିରରୁ ନିଲମ୍ବିତ ହେଲେ ୩ ଜଣ ସେବାୟତ; ବିଶୃଙ୍ଖଳା ଆଚରଣ ପାଇଁ କାର୍ଯ୍ଯାନୁଷ୍ଠାନ ନେଲା ଶ୍ରୀମନ୍ଦିର ପ୍ରଶାସନ