ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ସାମ୍ବାଦିକ ସମ୍ମିଳନୀରେ ବିପଦ ଥିବା କହିବା ପରେ ତାଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯବ । ପୀତବାସଙ୍କ ଘର ଚାରିପାର୍ଶ୍ୱରେ ସାଧା ପୋଷାକଧାରୀ ପୋଲିସ ମୁତୟନ ହେବେ । ମାମଲା ପ୍ରତ୍ୟାହାର ପାଇଁ ପୀତବାସଙ୍କ ପୁଅକୁ ଅଜଣା ନମ୍ବରରୁ ହତ୍ୟା ଧମକ ଆସୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ପୀତବାସ ପଣ୍ଡାଙ୍କ ପତ୍ନୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମାମଲା ପ୍ରତ୍ୟାହାର ପାଇଁ ଧମକ ଆସୁଛି । ତାଙ୍କ ପୁଅ ପାଖକୁ ଅଜଣା ନମ୍ବରରୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଛି। ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି । ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି । ସମାନ ନମ୍ବରରୁ ଦୁଇଟି ଫୋନ୍ କଲ୍ ଆସିଛି । ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଫୋନ୍ କରିଥିବା ବ୍ୟକ୍ତି ଜଣକ ତାଙ୍କୁ ଏହା ମଧ୍ୟ କହିଥିଲେ ଯେ ସେ ଏବଂ ତାଙ୍କ ପୁଅ ଏବେ ଏକ ଦୁର୍ବଳ ସ୍ଥିତିରେ ଅଛନ୍ତି ଏବଂ ପୀତବାସଙ୍କ ମୃତ୍ୟୁ ପରେ ସେ ପରବର୍ତ୍ତୀ ଟାର୍ଗେଟ ହେବେ । ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ମାଗିଥିଲା ପୀତବାସଙ୍କ ପରିବାର ।