ଆଜି ହେଉଛି ଅଶୋକାଷ୍ଟମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀ ଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଛି । କୁହାଯାଏ ଶ୍ରୀ ଲୋକନାଥ ହେଉଛନ୍ତି ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ । ତେଣୁ ମହାପ୍ରଭୁଙ୍କ ଭଣ୍ଡାର ଗୃହରେ ଲୋକନାଥଙ୍କ ଚଳନ୍ତି ପ୍ରତିମା ପୂଜା କରାଯାଇଥାଏ । ଆଜି ମହାପ୍ରଭୁଙ୍କ ସକାଳ ଧୂପ ପରେ ଭଣ୍ଡାର ଘରୁ ପ୍ରଭୁ ଲୋକନାଥଙ୍କୁ ପାଲିଙ୍କିରେ ବିଜେ କରାଯାଇଥିଲା । ଏହାପରେ ପ୍ରଭୁ ଲୋକନାଥଙ୍କୁ ପାଲିଙ୍କିରେ ଈଶାନେଶ୍ୱର ମନ୍ଦିରକୁ ଅଣାଯାଇଥିଲା । ଏବଂ ସେଠାରେ ପ୍ରଭୁଙ୍କର ସମସ୍ତ ନୀତିକାନ୍ତୀ ଶେଷ କରାଯାଇ ପାଲିଙ୍କିରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ ।