ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ବୁଧବାର ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେଦିନ ସ୍ୱାଧୀନତା ସଂଗ୍ରାମୀମାନେ ବିଦେଶୀ ଶକ୍ତି ବିରୋଧରେ ପାଇଁ ସଂଗ୍ରାମ କରୁଥିଲେ, ଆମର ସଂଗ୍ରାମ ହେଉଛି ଅନଗ୍ରସତା ବିରୋଧରେ । ଆମେ ଯେଉଁ ଯୋଜନା କରୁଛନ୍ତି ତାହା ହେବା ଦାରିଦ୍ର୍ୟ ଏବଂ ଅନଗ୍ରସତା ବିରୋଧରେ ଏକ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ଓଡ଼ିଶାରେ ସମୃଦ୍ଧି ଓ ବିକାଶ ଆଣିବ । ଆମ ଓଡ଼ିଶା ହେବ କାୟା କଳ୍ପ । ପ୍ରତି ଗାଁର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ଗ୍ରାମ ଓ ସହରରେ ଉପଲବ୍ଧ ହେଉଥିବା ସେବା ଓ ସୁବିଧାର ଥିବା ଅନ୍ତରକୁ କମ୍ କରିବାକୁ ଏହି ଯୋଜନା ସାହାଯ୍ୟ କରିବ । ମହାତ୍ମା ଗାନ୍ଧୀ କହିଥିଲେ ଭାରତର ଆତ୍ମା ଗାଁରେ ବସବାସ କରେ । କିନ୍ତୁ 100 ବର୍ଷ ଅତିକ୍ରାନ୍ତ କରିବା ପରେ ଦେଶରେ ସହରୀକରଣ ବୃଦ୍ଧି ପାଇଛି । ଦେଶରେ ଶତକଡ଼ା 65 ଭାଗ ଗାଁରେ ବସବାସ କରୁଥିବାବେଳେ ଓଡ଼ିଶାରେ ଶତକଡ଼ା 81 ଭାଗ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି । ଯଦି ଗ୍ରାମାଞ୍ଚଳର ବିକାଶ ହେବ ନାହିଁ ତେବେ ରାଜ୍ୟର ବିକାଶ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 53,845ଟି ରାଜସ୍ୱ ଗ୍ରାମରେ ବିକାଶର କିଭଳି ଗଙ୍ଗା ଭଳି ପ୍ରବାହିତ ହେବ ସେଥିପାଇଁ ସରକା ପ୍ରତିଶ୍ରୁତି ବଦ୍ଧ ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ବିଧାୟକ ପ୍ରଶାନ୍ତ ଜଗଦେବ, ବାବୁ ସିଂ, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ କୁମାରୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ବିଭିନ୍ନ ଜିଲ୍ଲାରୁ ଅନ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ ।