ଭୁବନେଶ୍ୱର : ପୂର୍ବତନ ବିଜେଡି ବିଧାୟକ ସୁଶାନ୍ତ ସିଂ ଗୁରୁତର । ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ହସ୍ପିଟାଲ ଯାଇ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବିଜେଡିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଗୁରୁତର ସୁଶାନ୍ତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିଛନ୍ତି ।
ସୂଚନା ଥାଉକି ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଅବସ୍ଥା ଗୁରୁତର ହୋଇଛି । କିଛି ଦିନ ହେବ ବରଗଡ଼ ଜିଲ୍ଲା ଭଟ୍ଲିର ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂ ଅସୁସ୍ଥ ଅଛନ୍ତି । ସେ ଏବେ ଫୁସ୍ଫୁସ୍ ସଂକ୍ରମଣ ସାଙ୍ଗକୁ ଏକାଧିକ ଜଟିଳ ରୋଗ ପୀଡ଼ିତ ଅଛନ୍ତି ତେଣୁ ବରଗଡ଼ର ଏକ ଘରୋର ହସ୍ପିଟାଲରେ ଚିକିତ୍ସତ ହେଉଥିଲେ। ତେବେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସ୍ଥାନ୍ତରିତ କରାଯାଇଥିଲା। ବର୍ତ୍ତମାନ ସୁଶାନ୍ତଙ୍କ ଚିିକିତ୍ସା ଜାରି ରହିଥିବା ବେଳେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିବା ସୂଚନା ରହିଛି ।