କଟକ: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା। ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି।
ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ବର୍ଷା ଏତଲା ଦେଇଥିଲେ। ଅନୁଭବ ଓ ସହଯୋଗୀ ଖଗେଶ୍ୱରଙ୍କ ହେବ ବିଚାର। ପୁରୀଘାଟ ଥାନାରେ ନିର୍ଯାତନା ମାମଲା ହୋଇଥିଲା। ବର୍ଷା ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା ନେଇ ଅଭିଯୋଗ କରିଥିଲେ। ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟ ଯାଇଥିଲେ। ତେବେ ଆବେଦନ ଖାରଜ ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବେ ଅନୁଭବ।
ଅଧିକ ପଢନ୍ତୁ: ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି; ସୁନା ଆଉ ରୁପା ଦରରେ ଲାଗିଲା ବ୍ରେକ୍, ଅହେତୁକ ବୃଦ୍ଧି ପରେ କମିଲା ଦର