ନୂଆଦିଲ୍ଲୀ: କମିଲା ସୁନା ଆଉ ରୁପା ଦାମ। ଲଗାତାର ବଢୁଥିବା ସୁନା ଆଉ ରୁପା ଦାମ ଭିତରେ, ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଶୁକ୍ରବାର ବଜାର ଖୋଲିବା ପରେ ସୁନା ଆଉ ରୁପା ଦାମ କମ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସୁନା ରେଟ୍ ୧୦ ଗ୍ରାମ ପିଛା ୮ ହଜାର ଟଙ୍କା ଶସ୍ତା ହୋଇଛି। ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧,୬୩,୯୫୦ ଥିଲା, ଯାହା ଆଜି ୧,୫୬,୪୦୦, ଯାହା ଆଜି ୭,୫୫୦ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ୧୮ କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୧୦ ଗ୍ରାମ ୧୮ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧,୩୪,୧୪୦ ତୁଳନାରେ ଆଜି ୧,୨୭,୯୭୦ ହୋଇଛି। ଏହା ୬ ହଜାର ୧୭୦ ଟଙ୍କା ସିଧାସଳଖ ହ୍ରାସ ପାଇଛି।
ସୁନା ପରି, ଆଜି ରୁପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୧ କିଲୋଗ୍ରାମ ରୂପାର ମୂଲ୍ୟ ୧୫,୦୦୦ ହ୍ରାସ ପାଇଛି। ଗତକାଲି ପ୍ରତି କିଲୋଗ୍ରାମ ରୁପାର ମୂଲ୍ୟ ୪,୧୦,୦୦୦ରେ ପହଞ୍ଚିଥିଲା, ଯାହା ବର୍ତ୍ତମାନ ୩,୯୫,୦୦୦।
ଆଜି ଚେନ୍ନାଇ, ହାଇଦ୍ରାବାଦ, କେରଳ, ମଦୁରାଇ, ବିଜୟୱାଡା, ଭୁବନେଶ୍ୱର, କଟକ ଏବଂ ବିଶାଖାପାଟଣାରେ ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୪୧୫,୦୦୦। ଏହି ସହରଗୁଡ଼ିକରେ ୧୦ ଏବଂ ୧୦୦ ଗ୍ରାମ ରୂପାର ମୂଲ୍ୟ ଯଥାକ୍ରମେ ୪,୧୫୦ ଏବଂ ୪୧,୫୦୦।
କୁହାଯାଉଛି, ବିଶ୍ୱ ବଜାରରେ ସୁନା ଆଉ ରୁପାର ଦାମ ବଢୁଥିବା କାରଣରୁ ଲୋକମାନେ ସୁନାକୁ କିଣି ରଖିବାକୁ ପସନ୍ଦ କରୁଛନ୍ତି। ତେଣୁ ଏହି କାରଣରୁ ସୁନା ଦାମରେ ଅଚାନକ ହ୍ରାସ ଦେଖିବାକୁ ମିଳିଛି। ଅନ୍ୟପଟେ ବୈଶ୍ୱିକ ସ୍ଥିତି ମଧ୍ୟ ଜଟିଳ ରହିଛି। ଟାରିଫ୍ ଓ୍ୱାର ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ କଥାବାର୍ତ୍ତା କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ଯାହାର ପ୍ରଭାବ ସୁନା ଓ ରୁପା ବଜାରରେ ମଧ୍ୟ ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ: ସୁନା ବଜାରରେ ନିଆଁ; ଇତିହାସରେ ପ୍ରଥମ ଥର ପାଇଁ ଦେଢ଼ ଲକ୍ଷ ଟପିଲା ସୁନା ଦର