ଭୁବନେଶ୍ୱର: ମିଳିଲା ନିଖୋଜ ଡେଲିଭରି ବୟଙ୍କ ମୃତଦେହ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ନିକଟରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାଣ୍ଡରା ରାସ୍ତାଠାରୁ ୧୦୦ ମିଟର ଦୂର ବିଲ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ବେକରେ କପଡା ଗୁଡା ହୋଇଥିବା ବେଳେ ପାଖରେ ସାଇକେଲ୍ ପଡିଛି।
ଡେଲିଭରି ବୟଙ୍କ ଜଣକ ମହାଦେବ ନଗରରେ ରହୁଥିବା ଜଣାପଡିଛି। ୨ ଦିନ ତଳୁ ସେ ନିଖୋଜ ଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା କରିଥିଲେ ପରିବାର ଲୋକେ। ଏତଲା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା। ଆଜି ତାଙ୍କ ମୃତଦେହ ବିଲ ଭିତରୁ ଉଦ୍ଧାର କରାଯାଇଛି। ହତ୍ୟା ସନ୍ଦେହ କରି ସାଇଣ୍ଟିଫିକ୍ ଟିମ୍ ପହଂଚି ଛାନଭିନ ଆରମ୍ଭ କରିଛି।
ଅଧିକ ପଢନ୍ତୁ: ଅଳିଆଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା; ସ୍ଥାନୀୟ ଅଙ୍ଗନବାଡି ଓ ଆଶାକର୍ମୀ କଲେ ଉଦ୍ଧାର