ଗଞ୍ଜାମ: ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ବ୍ରହ୍ମପୁର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି। ଉପଯୁକ୍ତ ପ୍ରମାଣ ଆଧାରରେ ୬ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।
ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ବିଏନପୁର ଥାନା ଅଧୀନ ଏକ ଅଂଚଳରେ ରହୁଥିବା ଜଣେ ଯୁକ୍ତ ୨ ଛାତ୍ରୀ ୨୦୨୪ ମଇ ମାସ ୩ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ନାବାଳିକା ଜଣକ ଟ୍ୟୁସନ୍ ସାରି ଘରକୁ ଫେରିବା ପାଇଁ ରାସ୍ତାରେ ବାପାଙ୍କୁ ଅପେକ୍ଷା କରିଥିବା ବେଳେ ରୁତୁନ୍ ନାମକ ଯୁବକ ତାକୁ ତାର ଘରକୁ ଡ଼ାକି ନେଇଥିଲା। ଘରେ ମାଆ, ଭଉଣୀ ଅଛନ୍ତି କହି ପାନୀୟ ଦ୍ରବ୍ୟରେ ନିଶା ମିଶାଇ ତାକୁ ପିଇବାକୁ ଦେଇଥିଲା। ଏହା ପରେ ଜଣେ ଜଣେ ହୋଇ ୬ ଜଣ ରାତି ୧୦ ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲା।
ତେବେ ସେଠାରୁ ଖସି ଆସି ପିଡ଼ିତା ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ନାବାଳକା ଛାତ୍ରୀଙ୍କ ପୁରୁଷ ବନ୍ଧୁ ଓ ସାଙ୍ଗମାନେ ସଂପୃକ୍ତ ଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ କୋର୍ଟରେ ଏହି ମାମଲାର ବିଚାରଧୀନ ଥିଲା। ଏବେ ଉପଯୁକ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଦଣ୍ଡାଦେଶ ଦିଆଯାଇଛି।
ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ପୋକସୋ ଅଦାଲତର ଜଜ୍ ପ୍ରଣତି ପଟ୍ଟନାୟକଙ୍କ ଗୁରୁବାର ଏହି ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ। ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ରୁତୁନ୍ କୁମାର ଦାସ, ରୁଦ୍ର ଜେନା, ଅଭିଳାଶ ପଲେଇ, ଜୁମନ୍ ଗୌଡ଼, ଆକାଶ ନାୟକ ଓ ଓଁମକାର ଜେନା।
ଅଧିକ ପଢନ୍ତୁ: ଅଳିଆଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା; ସ୍ଥାନୀୟ ଅଙ୍ଗନବାଡି ଓ ଆଶାକର୍ମୀ କଲେ ଉଦ୍ଧାର