ଟିଟଲାଗଡ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଅଳିଆଗଦାରୁ ଉଦ୍ଧାର ହୋଇଛି ନବଜାତକ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଧରପଗଡ଼ ନିକଟ ଅଳିଆଗଦାରୁ ନବଜାତ ଶିଶୁକନ୍ୟାଟି ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ସଇତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଛି। ତେବେ କିଏ ଓ କାହିଁକି ଶିଶୁକନ୍ୟାକୁ ଅଲୋଡା କରି ଗାଁ ମୁଣ୍ଡ ଅଳିଆଗଦାକୁ ଫିଙ୍ଗି ଦେଇଛି ସେନେଇ ପୋଲିସ ତଦନ୍ତ କରୁଛି।
ସୂଚନା ମୁତାବିକ, ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ପୁଲିସ ଫାଣ୍ଡି ଅଧୀନରେ ଥିବା ଧରବଗଡ଼ ଗାଁର ଏକ ଅଳିଆ ଗଦା ନିକଟରେ ନବଜାତକ ଶିଶୁକନ୍ୟା ପଡ଼ିଥିବା ନେଇ ଅଂଚଳରେ ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ନେଇ ଗାଁ ଲୋକ ରୁଣ୍ଡ ହୋଇ ଶିଶୁଟିକୁ ଉଦ୍ଧାର କରିଥିଲେ। ପରେ ଶିଶୁ ସୁରକ୍ଷା ୟୁନିଟ ଜରିଆରେ ସଇତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଉଥିବା ସୂଚନା ମିଳିଛି। ତେବେ ଏହି ଅପ୍ରୀତିକର ଘଟଣାକୁ ନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।
ଅଧିକ ପଢନ୍ତୁ:ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା ଜହ୍ଲାଦ ପୁଅ