କଟକ: କଟକ ଜିଲ୍ଲା ଆଠଗଡ ଥାନା ସବ୍-ଇନ୍ସପେକ୍ଟର ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ଏସ୍ଆଇ ସମ୍ଭୁତି ପଣ୍ଡାଙ୍କୁ ନିଲମ୍ବନ କରାଯାଇଛି । କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏସ୍ଆଇ ସମ୍ଭୁତି ପଣ୍ଡା କାର୍ଯ୍ୟରେ ଅବହେଳା କରୁଥିବା ନେଇ ଆଠଗଡ଼ ଥାନା ଆଇଆଇସି ସୁମନ୍ତି ମହାନ୍ତି ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏ ନେଇ ଏସଡିପିଓ ବିଶ୍ଵଜିତ ମହାନ୍ତି ସୂଚନା ଦେଇଥିଲେ । ଉକ୍ତ ଅଭିଯୋଗ ଉପରେ ବିଚାର କରି ଗ୍ରାମାଞ୍ଚଳ ଏସ୍ପି ବିନିତ୍ ଅଗ୍ରୱାଲ ସମ୍ଭୁତି ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ।