ନୟାଗଡ: ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ୩୧ ବର୍ଷୀୟ ଯବାନ ଜିତୁ ବେହେରା ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ବିବାହର ମାତ୍ର ୧୦ମାସ ପରେ ତାଙ୍କର ମୃତ୍ୟୁ ହୋଇଛି। ଜିତୁଙ୍କ ମରଶରୀର ବୁଧବାର ସନ୍ଧ୍ୟାରେ ଆନନ୍ଦପଲ୍ଲୀରେ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।
ମରଶରୀରକୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇ ଇଟାମାଟି ଓ ନୟାଗଡ଼ ଜିଲା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ତୋପ ସଲାମୀ ଦିଆଯାଇଥିଲା। ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଥିଲା।
କଶ୍ମୀରର ମାହାରରେ ଆର୍ମିର ଏନ୍କେ ର଼୍ୟାଙ୍କ୍ରେ ଜିତୁ କାମ କରୁଥିଲେ। ସୋମବାର ସାଧାରଣତନ୍ତ୍ର ଦିବସ ଡ୍ୟୁଟି ସାରି ଘରକୁ ଆସି ବିଶ୍ରାମ ନେଇଥିଲେ। ପୁଣି ଡ୍ୟୁଟିକୁ ଗଲାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ହୃଦ୍ଘାତ ହେବାରୁ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଜିତୁଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ତ୍ରୀ।
ଅଧିକ ପଢନ୍ତୁ: ପଞ୍ଚଭୂତରେ ବିଲୀନ ହେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ; ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ, ଜନସମୁଦ୍ର ପାଲଟିଲା ବାରାମତୀ