ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ଖଣ୍ଡଗିରିରେ ଯାତ୍ରା ମହାକୁମ୍ଭରେ ଦୁଲୁକୁଚି ମଞ୍ଚ। ସଂଳାପ ଭାଙ୍ଗୁଛି ରାତିର ନିରବତା। ଦର୍ଶକଙ୍କୁ ମନୋରଞ୍ଜିତ କରୁଛନ୍ତି ତାଙ୍କ ପ୍ରିୟ କଳାକାର। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଦର୍ଶକଙ୍କ ପ୍ରବଳ ଭିଡ଼। ଯାତ୍ରାରେ ସାମିଲ ହୋଇଛନ୍ତି ବଲିଉଡ଼ କଳାକାର। ପିୟୁଷଙ୍କୁ ମଞ୍ଚ ଚଢିବା ପାଇଁ କୋର୍ଟଙ୍କ ଅନୁମତି ମିଳିଥିବାରୁ ଫ୍ୟାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସିଂହ ବାହିନୀର ପ୍ରଥମ ରାତିରେ ‘ତୁ ମୋ ବଜରଙ୍ଗୀ’ ନାଟକ ଦେଖିବାକୁ ଖଣ୍ଡଗିରି ଯାତ୍ରାରେ ପହଞ୍ଚିଛନ୍ତି ବଲିଉଡ଼ ହିରୋଇନ ଐସୁରିଆ ବେହେରା।
ଆଜି 'ଧଉଳି ଗଣନାଟ୍ୟ' ପକ୍ଷରୁ ନାଟକ ‘ଚଣ୍ଡାଶୋକ’ ପରିବେଷଣ କରାଯିବ। ତେବେ ଏହି ଯାତ୍ରାରେ ବେଶ ଲୋକପ୍ରିୟ କଳାକାରମାନେ ଅଭିନୟ କରିବାର ଦେଖିବାକୁ ମିଳିବ। ଏହାସହିତ ଅପେରା ଶ୍ରୀମନ୍ଦିର ମଞ୍ଚସ୍ଥ କରିବ ‘ଜାନୱର’। ଏବଂ ଆସନ୍ତାକାଲି ଯାତ୍ରା ‘ଇନ୍ଦ୍ରଭୁବନ’ ନାଟକ ପରିବେଷଣ ହେବ। ତେବେ ଯାତ୍ରା ଦେଖିବା ପାଇଁ ବଲିଉଡ଼ରୁ ଜଲିଉଡ଼ ସମସ୍ତ କଳାକାର ଉତ୍ସାହିତ। ଯାତ୍ରା ଦେଖିବାରେ ଖୁବ ସୁନ୍ଦର ମତାମତ ମଧ୍ୟ ଦେଉଛନ୍ତି ଅନେକ ଲୋକପ୍ରିୟ ସିନେ କଳାକାର। ତେବେ ଯାତ୍ରା ଦେଖିବାକୁ ଯେହେତୁ ବାହାରୁ ମଧ୍ୟ ଦର୍ଶକ ଆସୁଛନ୍ତି ତେଣୁ ଉକ୍ତ ସ୍ଥାନରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅଧିକ ପଢନ୍ତୁ ; ବଢ଼ିଲା ରାତିର ପାରଦସ୍ତର : ଆସନ୍ତା ଦୁଇଦିନ ଭିତରେ କମିବ ଶୀତ