ଭୁବନେଶ୍ୱର: ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା ବା ଏନ୍ଆଇଏ ତଦନ୍ତ କରିବ । କିଛି ଷଡ଼ଯନ୍ତ୍ରର ଆଶଙ୍କାରେ ଏନ୍ଆଇଏ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ ସୁନ୍ଦରପଦା ଆଜାଦନଗରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ସେହନୱାଜ ମଲ୍ଲିକ ନାମକ ବ୍ୟକ୍ତିଙ୍କ ନାମରେ ୭ଟି ମାମଲା ରହିଛି । ଏଥିରେ ସେହନୱାଜର ମାଆ, ବାନ୍ଧବୀ ଏବଂ ସାଙ୍କ ଅମୀୟ ରଞ୍ଜନ ମଲ୍ଲିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ଆଉ କୌଣସି ବୋମା ମିଳି ନାହିଁ । କିନ୍ତୁ ସେମାନେ ଅପରାଧିକ ଶ୍ରେଣୀର ଅଟନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ପରେ ସେମାନଙ୍କୁ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । କଡ଼ା ସୁରକ୍ଷାରେ ଚିକିତ୍ସା ଚାଲିଛି । ଚିକିତ୍ସା ପରେ ସେମାନଙ୍କୁ ଜେରା କରାଯାଇ ଗିରଫ କରାଯିବ ।