କଟକ: ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା। ହାତଗୋଡ଼ ବାନ୍ଧି ବସ୍ତାରେ ପୂରାଇ ମହାନଦୀରେ ଫିଙ୍ଗିଦେଲେ ଦୁର୍ବୁତ୍ତ। କଟକ ବୋଟକ୍ଲବ ମହାନଦୀରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ମୃତ ଯୁବକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ ସ୍ଥିତ ତୁଳସୀପୁର ଗ୍ରାମର ବୋଲି ସୂଚନା ମିଳିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହାନଦୀରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ଉକ୍ତ ଘଟଣାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଜଣେ ଯୁବକଙ୍କ ମୃତଦେହ ମହାନଦୀରେ ଭାସୁଥିବାର କିଛି ଲୋକେ ଦେଖିଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ବିଡାନାସୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାପରେ ପୋଲିସ ତଦନ୍ତ କରିବା ପରେ ମୃତ ଯୁବକଙ୍କର ପରିଚୟ ପାଇବା ସହିତ ଦୁଇଜଣ ଦୁର୍ବୁତ୍ତ ଯୁବକଙ୍କୁ ମାରି ମହାନଦୀରେ ଫିଙ୍ଗି ଦେଇଥିବା ଜାଣିବାକୁ ପାଇଥିଲା । ଜମିବାଡ଼ିକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେଣୁ ବିଡାନାସୀ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଧିକ ପଢନ୍ତୁ : ରାଜ୍ୟରେ ବଢୁଛି ତାପମାତ୍ରା, ଆସନ୍ତା ଦୁଇଦିନ ଭିତରେ କମିବ ଶୀତ