ନୂଆଦିଲ୍ଲୀ: ଜାତିଗତ ଭେଦଭାବ ସହ ଜଡିତ ୟୁଜିସିର ନୂଆ ନିିୟମ ବିରୋଧରେ ଦାଖଲ ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତୁତ । ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏ ସଂପର୍କିତ ଯାଚିକାକୁ ସୂଚୀବଦ୍ଧ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଆବେଦନକାରୀଙ୍କ କହିବା କଥା ନୂଆ ନିୟମ ଆଧାରରେ ସାଧାରନ ବର୍ଗରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ନିବାରଣ ପରି ସୁରକ୍ଷା ମିଳିବ ନାହିଁ । ଏହା ସହିତ ୟୁଜିସି ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି ।
ବୁଧବାର ତତ୍କାଳ ଶୁଣାଣି ପାଇଁ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଯାଚିକା ଦାୟର କରାଯାଇଥିଲା । ଏହା ଉପରେ ସିଜେଆଇ କହିଛନ୍ତି, ଆମେ ଜାଣି ପାରୁଛୁ ସଂପ୍ରତି କଣ ଚାଲିଛି । ଏହା ସୁନିଶ୍ଚିତ କରାଯାଉ ଯେ, ସମସ୍ୟା ଦୂର ହେବ । ଖାସ୍ କଥା ଏହି ନୂଆ ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଅନେକ ଯାଚିକା ଦାୟର କରାଯାଇଛି ।
ଜାନୁଆରୀ ୧୩ରେ ୟୁଜିସି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିୟମର ଅଣଦେଖା କଲେ ଶିକ୍ଷାନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିୟମ ଜାରି ହେବା ପରେ ଛାତ୍ର-ଛାତ୍ରୀଙ୍କ ପଦର୍ଶନ ଜାରି ରହିଛି ।
ଆବେଦନରେ ଦାବି କରାଯାଇଛି ଯେ, ଜାତିପ୍ରଥାକୁ ପ୍ରୋତ୍ସାହିତ ଦେଉଥିବା ୟୁଜିସି ନିୟମକୁ ଲାଗୁ ହେବାକୁ ଦିଆ ନ ଯାଉ । ଜାତି ଆଧାରରେ ନିବାରଣ ବ୍ୟବସ୍ଥା ଭେଦଭାବ ଅଟେ । କୋର୍ଟରେ ଅନୁରୋଧ କରାଯାଇଛି ଯେ, ଜାତି ଆଧାରିତ ଭେଦଭାବକୁ ବନ୍ଦ କରାଯାଇ ସାମ୍ବିଦାନିକ ରୂପରେ ଅନୁକୂଳ ପରିଭାଷା ବାଧ୍ୟତାମୂଳକ କରାଯିବା ଉଚିତ୍ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଆମେ କଣ ଘଟୁଛି ଦେଶରେ ଜାଣି ପାରୁଛୁ । ତେଣୁ ଆପଣଙ୍କ ପିଟିସନଙ୍କୁ ସୂଚୀବଦ୍ଧ କରାଯାଉଛି ।
Also read: ଭାରତ ବିପକ୍ଷ ମ୍ୟାଚ୍ ବୟକଟ କଲେ ପାକିସ୍ତାନ ହୋଇଯିବ ଭିକାରୀ, ଦେବାକୁ ପଡିପାରେ ୩୪୮ କୋଟି ଟଙ୍କା