ମୁମ୍ବାଇ: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଶୋକ ଘୋଷଣା କରିଛନ୍ତି । ଆଜିର ଦିନ ମହାରାଷ୍ଟ୍ର ପାଇଁ ଏକ କଳାଦିନ ବୋଲି ଫଡନାବିସ୍ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଫଡନାବିସ୍ କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ଜଣେ ନିଷ୍ଠାପର ନେତା, ମୋର ବନ୍ଧୁ ଏବଂ ସହକର୍ମୀ, ଉପମୁଖ୍ୟମନ୍ତ୍ରୀ ଅଜିତଦାଦା ପାୱାରଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ । ଭାବନା ପ୍ରକାଶ କରିବା ପାଇଁ ପାଖରେ ଶବ୍ଦ ନାହିଁ । ଏହା ମୋ ଏକ ବ୍ୟକ୍ତିଗତ କ୍ଷତି । ମୁଖ୍ୟମନ୍ତ୍ରୀ ଆଜି ଦିନ ତମାମର ସମସ୍ତ କାର୍ଯ୍ୟ ବାତିଲ କରି ବାରାମତୀ ଗସ୍ତ କରିଛନ୍ତି ।