ନୂଆଦିଲ୍ଲୀ: ବୁଧବାରଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଜାତୀୟ ସଙ୍ଗୀତ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିରୋଧୀ ସଦସ୍ୟ ନାରାବାଜି କରିଥିଲେ ଏବଂ ପରେ ଗୃହ ଶାନ୍ତ ପଡ଼ିଥିଲା । ସେହିପରି ଅଭିଭାଷଣ ରଖୁଥିବାବେଳେ ଭିବି ଜି-ରାମ୍-ଜି ପ୍ରସଙ୍ଗ ଉପସ୍ଥାପନ ସମୟରେ ବିରୋଧୀ ସ୍ୱର ଉତ୍ତୋଳନ କରିଥିବାର ଦେଖିବାକୁ ମିଳିଛି ।
ଫେବୃଆରୀ ପହିଲାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ଜାନୁଆରୀ ୨୮ରୁ ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ରୁ ଆରମ୍ଭ ହୋଇ ଫେବୃଆରୀ ୧୩ରେ ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୨ରେ ଶେଷ ହେବ ।