ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ କହିଛନ୍ତି ଆଜି ସକାଳେ ବାରାମତୀରେ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଅଜିତ ପାୱାରଙ୍କ ଦୁଃଖଦ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ। ତାଙ୍କ ପରିବାର, ପ୍ରିୟଜନ ଏବଂ ଏହି କ୍ଷତିରେ ପ୍ରଭାବିତ ସମସ୍ତଙ୍କ ପ୍ରତି ମୋର ଗଭୀର ସମବେଦନା। ସାର୍ବଜନୀନ ଜୀବନରେ ତାଙ୍କର ଅବଦାନକୁ ମନେ ରଖାଯାଉ ଏବଂ ଏହି କଷ୍ଟକର ସମୟରେ ଶୋକସନ୍ତପ୍ତ ପରିବାରକୁ ଶକ୍ତି ମିଳୁ।
ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର, ତାଙ୍କ ପତ୍ନୀ ପ୍ରତିଭା ପାୱାରଙ୍କ ସହିତ ତାଙ୍କ ମୁମ୍ବାଇ ବାସଭବନ, ସିଲଭର ଓକ୍ସରୁ ବାରାମତି ଅଭିମୁଖେ ଯାତ୍ରା କରିଛନ୍ତି। ଏନସିପି କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ, ଏନସିପି-ଏସସିପି ସାଂସଦ ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପରିବାର - ସ୍ତ୍ରୀ ସୁନେତ୍ର ପାୱାର ଏବଂ ପୁଅ ପାର୍ଥ ପାୱାର - ଦିଲ୍ଲୀରୁ ବାରାମତୀ ଅଭିମୁଖେ ଯାତ୍ରା କରୁଛନ୍ତି।
ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ତାଙ୍କ ଶୋକ ପ୍ରକାଶ କରିବା ପାଇଁ ବାରାମତି ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକନାଥ ସିନ୍ଦେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ମୁଁ ଖୁବ୍ ଶୀଘ୍ର ବାରାମତୀ ଯିବୁ।
ଅଧିକ ପଢ଼ନ୍ତୁ: ଦୁର୍ଘଟଣା ପରେ ଜଳିଗଲା ବିମାନ