ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ତାପମାତ୍ରା। ଏଥିପାଇଁ କମିବାରେ ଲାଗିଛି ଶୀତରେ ପରିମାଣ। ଆସନ୍ତାକାଲିଠାରୁ ରାଜ୍ୟରେ ରାତି ପାରଦସ୍ତର ଧୀରେ ଧୀରେ ବଢ଼ିବା ଆରମ୍ଭ ହେବ। ଏପରିକି ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ତେଣୁ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ରହିବ ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।
ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଶୁକ୍ରବାର ଠାରୁ ଶୀତ ଆହୁରି କମିବ। କାରଣ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଭଦ୍ରକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ନୟାଗଡ଼, ଅନଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ କିଛି ପରିମାଣର ତାପମାତ୍ରା ବୃଦ୍ଧି ପାଇବା ସହିତ ସକାଳୁଆ କୁହୁଡ଼ି ଦେଖିବାକୁ ମିଳିପାରେ।
ତେବେ ଯଦି ତାପମାତ୍ରା ଉପରେ ନଜର ପକାଇବା ଦାରିଙ୍ଗବାଡ଼ି, ଫୁଲବାଣୀରେ ରାତିର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ନୂଆପଡ଼ାରେ ୧୧ ଡିଗ୍ରୀ, ରାୟଗଡ଼ାରେ ୧୨, ଝାରସୁଗୁଡ଼ାରେ ୧୨.୧, ରାଉରକେଲାରେ ୧୨.୪, ଅନଗୁଳ ୧୨.୬, ଭବାନୀପାଟଣାରେ ୧୨.୯ ଡିଗ୍ରୀ ରହିଥିଲା। ଦିନରେ ସର୍ବାଧିକ ୩୨ ଡିଗ୍ରୀ ଝାରସୁଗୁଡ଼ାରେ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରେ ୩୧.୭, ଅନୁଗୁଳରେ ୩୧.୧, ନୂଆପଡ଼ା, ଖୋର୍ଦ୍ଧା ଓ ଜଗତ୍ସିଂହପୁରରେ ୩୧ ଡିଗ୍ରୀ ରେକର୍ଡ କରାଯାଇଛି।
ଅଧିକ ପଢନ୍ତୁ : ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ