ଭୁବନେଶ୍ୱର : ରାଜ୍ୟରେ ରାତି ପାରଦସ୍ତର ଧୀରେ ଧୀରେ ବଢ଼ିବା ଆରମ୍ଭ ହୋଇଛି। ଏଥିପାଇଁ କମିଛି ଶୀତର ପରିମାଣ। ଗତକାଲି ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ବଢିଛି। ତେଣୁ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ରହିଛି। ତେବେ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଶନିବାର ଠାରୁ ଶୀତ ଆହୁରି କମିବ। କାରଣ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ସର୍ବନିମ୍ନ ରାତି ତାପମାତ୍ରା ୧୬ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ରହିଛି।
ତେବେ ଭୁବନେଶ୍ୱର , କଟକ ,ଭଦ୍ରକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ନୟାଗଡ଼, ଅନଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ କିଛି ପରିମାଣର ତାପମାତ୍ରା ବୃଦ୍ଧି ପାଇବା ସହିତ ସକାଳୁଆ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ ନାହିଁ। ଏପରିକି ଦାରିଙ୍ଗବାଡ଼ି, ଫୁଲବାଣୀରେ ରାତିର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ତେଣୁ ଶୀତର ପରିମାଣ ଧୀରେ ଧୀରେ ଆହୁରି କମିବ। ଏପରିକି ଚଳିତ ବର୍ଷ ତାତି ମଧ୍ୟ ମାତ୍ରାଧିକ ବଢିପାରେ ବୋଲି ପାଣିପାଗ ସୂଚନା ଦେଇଛି।
ଅଧିକ ପଢନ୍ତୁ : ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ, ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ