ଭୁବନେଶ୍ୱର: ବିଜେପି ବିଧାୟକ ସରୋଜ ପାଢ଼ୀ ବିଜୁ ଜନତା ଦଳକୁ ପୁଣି ଥରେ ଧୋଇ ଦେଇଛନ୍ତି । ବିଜେଡ଼ି ଆଉ ମାର୍କେଟରେ ନାହିଁ । ବିଜେଡ଼ି ଏବେ ଖଣ୍ଡ ବିଖଣ୍ଡିତ ହେବାକୁ ବସିଛି ।
ପଞ୍ଚାୟତ ନିର୍ବାଚନରେ କିଏ ଜିତିବ ପ୍ରଶ୍ନର ଉତ୍ତରରେ ସରୋଜ ପାଢ଼ୀ ବିଜେଡ଼ିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ବିଜୁ ଜନତା ଦଳ ଆଉ ମାର୍କେଟରେ ନାହିଁ । ବିଜେଡ଼ିର ଉତ୍ତରାଧିକାରୀକୁ କାହାକୁ ଦିଆଯିବ ତାଙ୍କରି ଦଳ ଲୋକ ପ୍ରଶ୍ନ ଉଠାଉଛନ୍ତି । କିନ୍ତୁ ବିଜେପି କେବେ ନିଜେ ନିଜ ଦଳ ଉପରେ ପ୍ରଶ୍ନ ଉଠାଇ ନାହିଁ । ଆମେ କହୁଛୁ ସେ ଦଳ ଆଉ ରହିବ ନାହିଁ । ଆପଣମାନେ ଦେଖୁଛନ୍ତି ସେ ଦଳ ଖଣ୍ଡ ବିଖଣ୍ଡିତ ହେବାକୁ ଗଲାଣି, ଆଉ ଭବିଷ୍ୟତ ମଧ୍ୟ ନାହିଁ । ତାର ଉତ୍ତରାଧିକାରୀ ଖୋଜା ଚାଲିଛି । ସେହିପରି କଂଗ୍ରେସ ବି ଆଉ ନାହିଁ । ତେଣୁ କେବଳ ଗୋଟିଏ ଦଳ ଅଛି ବିଜେପି । ମନମୋହନ ସାମଲ ଏବଂ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ପଞ୍ଚାୟତ ନିର୍ବାଚନରେ ଶହେରୁ ଶହେ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ଦଖଲ କରିବ ବୋଲି ଦୃଢ଼ତାର ସହ କହିଛନ୍ତି ସରୋଜ ।
ଅନ୍ୟପକ୍ଷରେ ଆଜି ବିଜେଡ଼ି ବିଧାୟକ ଶାରଦା ଜେନା କହିଥିଲେ ଯେ ସେ କହିଛନ୍ତି ବିଜେଡ଼ିର ସଂଗଠନ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଙ୍ଗଠିତ ରହିଛି । ବିଜେପି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ସ୍ୱାଭାବିକ । କାରଣ ସେ ତାଙ୍କର କୌଣସି ନିର୍ବାଚନ ପ୍ରସ୍ତୁତି ପୂରଣ କରିପାରିଲେ ନାହିଁ । ତେଣୁ ଲୋକଙ୍କୁ ଭୂଆଁ ବୁଲାଇବାକୁ ନାଟକ କରୁଛନ୍ତି, ସେ ବାବଦରେ ପ୍ରସ୍ତୁତି କରୁଛନ୍ତି, ସେଥିରେ ବ୍ୟସ୍ତ ବିବ୍ରତ ହେବାର ନାହିଁ । କିନ୍ତୁ ବିଜେଡ଼ି ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ଅଛି । ବିଜେଡ଼ି ତୃଣମୂଳ ସ୍ତରରୁ ତାର ପ୍ରସ୍ତୁତି କରିଛି ।