ବାଲେଶ୍ୱର: ବାଲି ଚୋରା ଚାଲାଣ ବେଳେ ତହସିଲ ବିଭାଗର ଚଢ଼ାଉ। ପଶ୍ଚିମବଙ୍ଗକୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିଲା। ଏହି ସମୟରେ ଜଳେଶ୍ୱର ତହସିଲ ବିଭାଗ ଚଢ଼ାଉ କରିଛି। ଚଢ଼ାଉ ବେଳେ ଗୋଟିଏ ବାଲି ବୋଝେଇ ହାଇୱା ଓ ଗୋଟିଏ ଟ୍ରାକ୍ଟର ଜବତ ହୋଇଛି। ଜଳେଶ୍ୱର ଥାନା କଣ୍ଟାପାଳ ଠାରେ ବେଆଇନ ଲୋଡିଂ ଚାଲିଥିଲା ବେଳେ ତହସିଲଦାର ଚଢାଉ କରିଛନ୍ତି।
ଆଜି ସକାଳୁ ସକାଳୁ ଜଳେଶ୍ଵର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର କଣ୍ଟାପାଳ ନିକଟରେ ବାଲି ଉତ୍ତୋଳନ ଚାଲିଥିଲା। ତେବେ ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ଵର ତହସିଲଦାର ଅଚାନକ ଚଢ଼ାଉ କରିଥିଲେ। ସରକାରୀ କଟକଣା ସ୍ୱତେ ବାଲି ମାଫିଆ ମାନେ ରାତିରେ ଚୋରାରେ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି।
ପୂର୍ବରୁ ଅନେକ ଥର ଏଠାରେ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନ ଚଢ଼ାଉ କରି ଏହି ବେଆଇନ ଉତ୍ତୋଳନ ଉପରେ ରୋକ୍ ଲଗାଇଛନ୍ତି। ତଥାପି ମାଫିଆ ମାନେ ଏହାକୁ ବେଖାତିର କରି ସ୍ଥାନୀୟ ଲୋକଙ୍କୁ ନାଲିଆଖି ଦେଖାଇ ବାଲି ଲୁଟ କରି ଚାଲିଛନ୍ତି।
ଅଧିକ ପଢନ୍ତୁ: ଆଠଗଡ଼ ଥାନା ଏସ୍ଆଇ ନିଲମ୍ବିତ