ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳ ଦୁଇଟି ଆସନ ହିଁ ନେବ । ଏଭଳି ଦମ୍ଭୋକ୍ତି କରିଛନ୍ତି ବିଜେଡ଼ି ବିଧାୟକ ଶାରଦା ପ୍ରସନ୍ନ ଜେନା । ଏହା ସହିତ ଶାରଦା ବିଜେପି ଉପରେ ଖୁବ୍ ବର୍ଷିଛନ୍ତି ।
ଶାରଦା ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ବିଜେଡ଼ିର ସଂଗଠନ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସଙ୍ଗଠିତ ରହିଛି । ବିଜେପି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରିବା ସ୍ୱାଭାବିକ । କାରଣ ସେ ତାଙ୍କର କୌଣସି ନିର୍ବାଚନ ପ୍ରସ୍ତୁତି ପୂରଣ କରିପାରିଲେ ନାହିଁ । ତେଣୁ ଲୋକଙ୍କୁ ଭୂଆଁ ବୁଲାଇବାକୁ ନାଟକ କରୁଛନ୍ତି, ସେ ବାବଦରେ ପ୍ରସ୍ତୁତି କରୁଛନ୍ତି, ସେଥିରେ ବ୍ୟସ୍ତ ବିବ୍ରତ ହେବାର ନାହିଁ । କିନ୍ତୁ ବିଜେଡ଼ି ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ଅଛି । ବିଜେଡ଼ି ତୃଣମୂଳ ସ୍ତରରୁ ତାର ପ୍ରସ୍ତୁତି କରିଛି ।
ସେହିପରି ରାଜ୍ୟସଭା ନିର୍ବାଚନକୁ ନେଇ ଶାରଦା କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ଦୁଇଟି ଆସନ ନେବ । ଆଉ ଗୋଟିଏ ଆସନ ବିଜେଡ଼ି ଜିତିବା ସୁନିଶ୍ଚିତ । କିନ୍ତୁ ଆହୁରି ଗୋଟିଏ ଆସନ ବିଜେଡ଼ି ହିଁ ନେବ ବୋଲି ଦମ୍ଭର ସହ ସେ କହିଛନ୍ତି । ଏଥିପାଇଁ ନବୀନ ପଟ୍ଟନାୟକ ରଣନୀତି ପ୍ରସ୍ତୁତି କରିସାରିଛନ୍ତି । ସମୟ ଆସିଲେ କାର୍ଯ୍ୟରେ ଲାଗିବ । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ ତେଣୁ ରଣନୀତି ପ୍ରକାଶ କରାଯିବ ନାହିଁ ।
ସେପଟେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଯେ ବିଜେଡ଼ି ଓ କଂଗ୍ରେସ ଯଦି ମିଶିକି ଆସନ ନେବେ କେହି କିଛି କରିପାରିବେ ନାହିଁ । ଚତୁର୍ଥ ସିଟ୍ ପାଇଁ ଯିଏ ଅଙ୍କ କଷି ସଂଖ୍ୟା ବଢ଼ାଇ ପାରିବ ସେ ଆସନ ନେବ । ବିଜେପିର ଶୀର୍ଷ ନେତୃତ୍ୱ ଅଛନ୍ତି, ଏହା ଉପରେ ଆଲୋଚନା କରୁଛନ୍ତି । ବିଜେପି ମଧ୍ୟ ଚତୁର୍ଥ ଆସନ ନେବା ଅସମ୍ଭବ ନୁହେଁ ।