ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସ ହତ୍ୟା ମାମଲାର ଖୁବ ଶୀଘ୍ର ଖୁଲାସା ହେବ । ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଗତକାଲି ନବ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀରେ ଦୀପାଳିଙ୍କ ମନ୍ତବ୍ୟ ପରେ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି ଯେ ଦୀପାଳିଙ୍କ ପ୍ରତିକ୍ରିୟା ଦେଖିଛି । ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ । ଆଇନମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଟେଟ୍ କରିଛନ୍ତି । ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ । ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି । ଖୁବ୍ଶୀଘ୍ର ହତ୍ୟାକାଣ୍ଡର ଖୁଲାସା ହୋଇ ନିର୍ଯ୍ୟାସ ବାହାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ପ୍ରକାଶ ଯୋଗ୍ୟ, ନବ ଦାସଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀରେ ଝିଅ ଦୀପାଳି ଦାସ କହିଥିଲେ ଯେ ସିବିଆଇ ତଦନ୍ତ ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛୁ ଆଗାମୀ ଦିନରେ ସବୁ କିଛି ଠିକ୍ ଭାବରେ ହେବ ବୋଲି କହିଥିଲେ ।