ଭୁବନେଶ୍ଵର: ଖିଲାପ ଖଣି ଲିଜଧାରୀଙ୍କ ପାଇଁ ବଢିଲା ଅଡ଼ୁଆ। ସର୍ତ୍ତ ଖିଲାପିଙ୍କ ଖଣିରୁ ଉତ୍ତୋଳନ କରିବେ ସରକାର। ଏନଏମଡିସି ଜରିଆରେ ଖଣିଜ ଦ୍ରବ୍ୟ ଉତ୍ତୋଳନ କରିବେ ସରକାର। ଆଉ ଏହାର ଅର୍ଥ ଭରଣା କରିବେ ଅପାରଗ ଲିଜଧାରୀ। ଏ ସଂପର୍କିତ ଜନସ୍ଵାର୍ଥ ମାମଲାରେ ଶୁଣାଣି କରି ଏମିତି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସିଟିଜେନ୍ସ ଆକ୍ସନ ଫୋରମ ପକ୍ଷରୁ ଜନସ୍ଵାର୍ଥ ମାମଲା ରୁଜୁ ହୋଇଥିଲା।
ଲିଜ ସର୍ତ୍ତ ଅନୁଯାୟୀ ନିର୍ଦ୍ଧାରିତ ପରିମାଣ ଠାରୁ କମ ଖଣିଜଦ୍ରବ୍ୟ ଉତ୍ତୋଷଳନ କରୁଥିବା ଲିଜଧାରୀଙ୍କ ଖଣିରୁ ଏଣିକି ଖଣିଜଦ୍ରବ୍ୟ ଉତ୍ତୋଳନ କରିବେ ସରକାର । ଏନଏମଡିସି ଜରିଆରେ ଏହି କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ। ରାଷ୍ଟ୍ରାୟତ୍ତ ସଂସ୍ଥା "ନ୍ୟାସନାଲ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ"(ଏନଏମଡିସି) ମାଧ୍ୟମରେ ସଂପୃକ୍ତ ଖଣିରୁ, ସରକାର ଖଣିଜଦ୍ରବ୍ୟ ସରକାର ଉତ୍ତୋଳନ କରିବେ ବୋଲି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।
ତେବେ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା, ଏ ବାବଦରେ ଯେତିକି ରାଜସ୍ବ ଖର୍ଚ୍ଚ ହେବ, ଉକ୍ତ ଅର୍ଥରାଶି ଭରଣା କରିବେ ଚୁକ୍ତି ଖିଲାପ କରୁଥିବା ଲିଜଧାରୀ ମାନେ। ରାଜ୍ୟରେ ଅନେକ ଵ୍ୟକ୍ତି ଓ ସଂସ୍ଥା ଖଣି ଲିଜ ନେଇଥିଲେ ସୁଦ୍ଧା, ସେମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନଥିଲା। ଧାର୍ଯ୍ୟ ଲକ୍ଷ ଠାରୁ କମ ପରିମାଣର ଖଣିଜ ପଦାର୍ଥ ଉତ୍ତୋଳନ କରିବା ହେତୁ, ବିପୁଳ ରାଜସ୍ବ ହାନୀ ହେଉଥିଲା। ଯାହାକୁ ଚ୍ୟାଲେଞ୍ଜ କରି ସିଟିଜେନ୍ସ ଆକ୍ସନ ଫୋରମ ପକ୍ଷରୁ ଜନସ୍ଵାର୍ଥ ମାମଲା ଦାୟର ହୋଇଥିଲା। ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
Also read: ସରୋଜ ପାଢ଼ୀଙ୍କ କଟାକ୍ଷ: ବିଜେଡ଼ି ଆଉ ମାର୍କେଟରେ ନାହିଁ